ଜଳେଶ୍ୱର/ଭଂଜନଗର: ପଶ୍ଚିମବଙ୍ଗରେ ଓଡ଼ିଶାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଚାପି ଦେବାରୁ କାର୍ରେ ଥିବା ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଜଣେ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଂଜନଗର ଅଞ୍ଚଳରୁ ୭ ଜଣ ଲୋକ କୌଣସି କାମରେ ପଶ୍ଚିମବଙ୍ଗର ରାଣୀଗଞ୍ଜକୁ ଏକ କାରରେ ଯାଉଥିଲେ। ଆଜି ପୂର୍ବାହ୍ନରେ ସେମାନେ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣଗଡ଼ ଠାରେ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ। ଦ୍ରୁତଗାମୀ ଟ୍ରକ୍ ସହିତ କାର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣ କାର ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ କାର ଆରୋହୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରୁ ଜଣେ କ୍ଷୀରୋଦ ପ୍ରଧାନ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣଙ୍କର ପରିଚୟ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/db923450-6fad-49cd-a1dd-76ab1b6f39c5.jpeg)