ଆରଏସପିରେ ଗ୍ୟାସ୍ ଲିକ୍; ୨ ଶ୍ରମିକ ମୃତ

୧୦ ଠିକା ଶ୍ରମିକ ଅସୁସ୍ଥ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଘଟିଛି ଅଘଟଣ। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି l ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଅସୁସ୍ଥ ହୋଇଥିବା ସମସ୍ତ ଠିକା ଶ୍ରମିକ ଷ୍ଟାର ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଛି l ଆରଏସପିର ବରିଷ୍ଠ ଅଧିକାରୀ, ସୁରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି l ଏହି ଘଟଣାକୁ ନେଇ ଶ୍ରମିକ ସଂଗଠନ ମହଲରେ ଆସନ୍ତୋଷ ଦେଖାଦେଇଛି l ଗ୍ୟାସ ଲିକ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି l

ସମ୍ବନ୍ଧିତ ଖବର