ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଚିନାମାଳିପଶି ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଚିନାମାଳିପଶି ଗ୍ରାମର ନିରଞ୍ଜନ ପାତ୍ରଙ୍କ ପତ୍ନୀ ଖିରସୁଦ୍ଧା ପାତ୍ର (୩୫)। ଗତରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଘର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ବାରେଇଗୋଡ଼ା ଗ୍ରାମର ସନାତନ ସର୍ଦାର (୨୮) ସାପ କାମୁଡ଼ାରେ କାଲି ସକାଳେ ମୃତ୍ୟୁବରଣ କରିଛନ୍ତି। ଶ୍ରୀ ସର୍ଦାର ଗତକାଲି ରାତିରେ ଖାଇସାରି ଘରେ ଶୋଇଥିଲେ। ମଧ୍ୟରାତିରେ ସେ ବାନ୍ତି କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଅଣା ଯାଇଥିଲା। ଏଠାରେ କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା। ସାପ କାମୁଡ଼ାରେ ଶ୍ରୀ ସର୍ଦାରଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପତ୍ନୀ ସୁମିତ୍ରା ଆଜି ଦୈତାରୀ ଥାନାରେ ଅଭିଯୋଗ କରିଥିଲେ। ଦୈତାରୀ ଥାନାର ଏସ୍ଆଇ ଏସ୍କେ ବଳ ୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/snake_bites_andhra_pradesh_1535370092_725x725.jpg)