ଯୁବକଙ୍କୁ ଧକ୍କା ଦେଇ ଗଛରେ ପିଟିହେଲା ମିନିଟ୍ରକ୍‌, ୨ ମୃତ

କୋକସରା/ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟେର ରାସ୍ତାର ବାନେର ମଦଭାଟି ନିକଟରେ ମିନିଟ୍ରକ (ଓଆର୍ ୦୮ଏଫ ୯୧୧୭) ଜଣେ ଯୁବକଙ୍କୁ ଧକ୍କାଦେଇ ରାସ୍ତାକଡ଼ର ଗଛରେ ପିଟି ହୋଇଛି। ଫଳରେ ସଂପୃକ୍ତ ଯୁବକ ବାନେର ଗାଁର ହରି ପୁଞ୍ଜି (୪୦) ଏବଂ ଗାଡ଼ିରେ ଥିବା ୧୨ ବର୍ଷ ବୟସର ବାଳକର ମୃତ୍ୟୁ ଘଟିଛି। ଏହାସହିତ ଗାଡ଼ିରେ ବସିଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟଙ୍କୁ ଜୟପାଟଣା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବୁଧବାର ରାତି ପ୍ରାୟ ୧୦ଟାରେ ଉକ୍ତ ମିନିଟ୍ରକ ମୋଟେରରୁ ଜୟପାଟଣା ପଟକୁ ଯାଉଥିଲା। ଏହି ସମୟରେ ଚାଲି ଚାଲି ଆସୁଥିବା ହରିଙ୍କୁ ମିନିଟ୍ରକ୍‌ ସାମନା ପଟୁ ‌ଧକ୍କା ଦେଇ ରାସ୍ତା କଡ଼ର ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ହରିଙ୍କ ମୃତ୍ୟୁ ଘଟିଥିଲା। ଗାଡ଼ିରେ ବସିଥିବା ଉକ୍ତ ବାଳକଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଳକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଘର ଜୟପାଟଣା ବ୍ଲକ କୋଟପାଡ଼ିରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର