ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ୨ ମୃତ, ୧ ଗୁରୁତର

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନା ଅନ୍ତର୍ଗତ ଦହିଗାଁ ନିକଟରେ ଏକ ବିବାହ ଭୋଜିରେ ଯୋଗଦେଇ ୩ ଜଣ ବାଇକ୍‌ ଯୋଗେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦର୍ଲିଗୁଡ଼ାର ସଂଜୟ ବରିହା (୧୮) ଓ ଛତିଶଗଡ଼ ଘୁଚାପାଲିର ଅଖିଳେଶ ଭୋଇ(୨୨)। ଗୁରୁତର ଥିବା ଦର୍ଲିଗୁଡ଼ାର ବାବୁଲାଲ ଜେନା (୨୦) ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦହିତାଠାରୁ ଏକ ବିବାହ କାର୍ଯ୍ୟକ୍ରମ ସାରି ଗୁରୁବାର ବିଳମ୍ବିତ ରାତିରେ ୩ ଜଣ ବାଇକ୍‌(ଓଆର୧୭ଏସ୍‌-୬୩୫୩)ରେ ଦର୍ଲିଗୁଡ଼ା ଗ୍ରାମକୁ ଫେରୁଥିଲେ। ଦହିଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ଦେଇଥିଲା। ଫଳରେ ଅଖିଳେଶ ଓ ସଂଜୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଭୋରରୁ ଆଖପାଖ ଲୋକେ ଗୁରୁତର ବାବୁଲାଲଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ବୁଡ଼େନ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଥିଲା। ଏ ସଂକ୍ରାନ୍ତରେ ବୁଡ଼େନ ଥାନା କେସ୍ ନଂ ୧୭ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର