ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଦୁଇ ମୃତ, ଜଣେ ଗୁରୁତର

ପାଇଲମାଳ : ବରଗଡ଼ ଜିଲ୍ଲା ପାଇକମାଳ ବିଜୁ ଏକ୍ସପ୍ରେସ୍‌ ୱେ’ ରାଧାକୃଷ୍ଣ ମନ୍ଦିର ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ଭେଙ୍ଗରାଜପୁର ପଞ୍ଚାୟତ ଝେଙ୍ଗାନାଡିହି ଗ୍ରାମର ତିନିଜଣ ଯୁବକ ଏକ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ପାଇକମାଳ ରାଧାକୃଷ୍ଣ ମନ୍ଦିର ପାଖରେ ଦୁଇଟି ବାଇକ୍‌ ଆଗ ପଛ ହୋଇ ପିଟି ହେବା ପରେ ସମ୍ମୁଖରୁ ଆସୁଥିବା ଏକ ମିନିଟ୍ରକ୍‌ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଝେଙ୍ଗନାଡିହି ଗ୍ରାମର ପ୍ରତାପ ପରିଡ଼ା (୨୦) ଓ ଚିଣ୍ଟୁ ମାଝୀ (୨୧)ଙ୍କ ମୃତ୍ୟୁ ଘଟିଥିଲା। ଆହତ ବାସୁଦେବ ପାତ୍ର (୨୨) ବର୍ତ୍ତମାନ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବିଜୁ ଏକ୍ସପ୍ରେସ ୱେରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଡିଭାଇଡର୍‌ ନିର୍ମାଣ କରିବାକୁ ଦାବି କରୁଛନ୍ତି। କିନ୍ତୁ ବିଭାଗୀୟ କର୍ତୃପକ୍ଷ ଏନେଇ ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର