ଭବାନୀପାଟଣା : ଭବାନୀପାଟଣା ଅନ୍ତର୍ଗତ ମ.ରାମପୁର ରାସ୍ତାର ଡୁବୁଙ୍ଗ ନିକଟରେ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିିତ ରାତିରେ ମ.ରାମପୁର ରାସ୍ତାର ଡୁବୁଙ୍ଗ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।
ମ.ରାମପୁର ରାସ୍ତାର ଡୁବୁଙ୍ଗ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2019/12/accident.jpg)