ଉଲୁଣ୍ଡା: ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଅନ୍ତର୍ଗତ ସୁବଳୟା ଥାନା ଅଧୀନ ରେଙ୍ଗାଲି ପୋଲ ଉପରୁ ଗୋଟାଏ ଟ୍ରାକ୍ଟର୍‌ ତଳେ ପ୍ରବାହିତ ନାଳ ମଧ୍ୟକୁ ଖସି ପଡ଼ିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଚୁଡ଼ାପୁଡ଼କ ଗ୍ରାମପଞ୍ଚାୟତ ଅଞ୍ଚଳର ଭରତପୁରର ୩୫ ବର୍ଷିୟ ଟ୍ରାକ୍ଟର୍‌ ଚାଳକ ବଳରାମ ଖାଡ଼ିଆ ଏବଂ ଖଣ୍ଡହତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ କିରାସିରା ଗ୍ରାମର ଲକ୍ଷ୍ମୀକାନ୍ତ ପଧାନ।

Advertisment

publive-image

ମିଳିଥିବା ଖବର ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ଜନକପୁର-ଚୁବୁକା ରାସ୍ତାରେ ବଳରାମ ଟ୍ରାକ୍ଟର୍‌ ଚଳାଇ ଯାଉଥିଲେ। ଟ୍ରାକ୍ଟର୍‌ରେ ବସିଥିଲେ ଲକ୍ଷ୍ମୀକାନ୍ତ। କୌଣସି କାରଣରୁ ଟ୍ରାକ୍ଟର୍‌ଟି ତାଙ୍କ ନିୟନ୍ତ୍ରଣ ବାହାରକୁ ଯାଇ ରେଙ୍ଗାଲି ପୋଲରୁ ତଳକୁ ଖସି ନାଳରେ ପଡ଼ିଥିଲା। ଟ୍ରାକ୍ଟର୍‌ ତଳେ ଚାପି ହୋଇ ବଳରାମ ଓ ଲକ୍ଷ୍ମୀକାନ୍ତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ସୁବଳୟାର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।