ଟ୍ରକ୍‌-ବାଇକ୍‌ ଧକ୍କା ଯୋଗୁଁ ଦୁଇ ମୃତ

କଟକ: ଶନିବାର ସକାଳ ପ୍ରାୟ ୯ଟା ବେଳେ କଟକ-ପାରାଦ୍ୱୀପ ରାସ୍ତାର ଶିଉଳି ଠାରେ ଗୋଟାଏ ମଟରସାଇକେଲ ଓ ଟ୍ରକ୍‌ ସାମ୍ନାସାମ୍ନି ଧକ୍କାର ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମୃତ ବାଇକ୍‌ ଆରୋହୀ ଦୁହେଁ ହେଉଛନ୍ତି ୪୦ ବର୍ଷିୟ ପ୍ରଶାନ୍ତ ସ୍ୱାଇଁ ଏବଂ ୩୫ ବର୍ଷିୟ ନାରାୟଣ ଖୁଣ୍ଟିଆ। ଉଭୟ ମାର୍ବଲ୍‌ ମିସ୍ତ୍ରୀ। ସେମାନେ କଟକକୁ ଯାଉଥିଲେ।

କିଶନନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିବା ସହ ତା’ର ଚାଳକକୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର