ବିନିକା: ଏକ ବାଇକକୁ ଟ୍ରାକ୍ଟର୍ ଧକ୍କା ଦେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବାର ଖବର ମିଳିଛି। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତଡା ଗ୍ରାମରେ ଘଟିଛି ଏଭଳି ଅଘଟଣ।
ମିଳିଥିବା ସୂଚନା ଅନୁଯାୟୀ, ଅନ୍ତଡା ଗାଁ ନିକଟରେ ଏକ ଟ୍ରାକ୍ଟର୍ ବାଇକକୁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ଅନ୍ତଡା- ଆମପାଲି ଗ୍ରାମର ଶିବା ସୁନା(୧୫)ଙ୍କ ମୃତ୍ୟୁ ଘଟିଥିଲା। ଏଣେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁଦେବ ସୁନା (୧୫) ପ୍ରାଣ ହରାଇଥିଲେ।
ଅପରପକ୍ଷରେ ଗୁରୁତର ଥିବା ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିବା ପୂର୍ଣ୍ଣଚନ୍ଦ୍ର ସୁନା (୧୭)ଗୁରୁତର ହୋଇଛନ୍ତି। ଏହି ତିନିଜଣ ଗୋଟିଏ ବାଇକରେ ଯାଉଥିବା ବେଳେ ବାଇକକୁ ଟ୍ରାକ୍ଟର୍ ଧକ୍କା ଦେଇଥିଲା।
ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଗୁରୁଦେବ ଓ ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲା ମେଡିକାଲରେ ଗୁରୁଦେବଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ବିନିକା ଥାନା ପୁଲିସ ଆଇଆଇସି ପଵିତ୍ର ସାହୁ ପହଞ୍ଚି ଶବକୁ ଜବତ କରିବା ସହିତ ଟ୍ରାକ୍ଟର ଓ ବାଇକକୁ ଥାନାକୁ ଆଣିଛନ୍ତି। ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ।
ବାଇକକୁ ଧକ୍କା ଦେଲା ଟ୍ରାକ୍ଟର୍: ଦୁଇ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2021/11/Two-Dies-on-Road-Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)