ଦୁଇଟି ଭିନ୍ନ ଚିତ୍ର : ବିଏସ୍‌ଏଫ୍‌ରେ ଓଡ଼ିଆ ବୋହୂ, ଝିଅ

ଘରୁ ପାଦ କାଢ଼ିଲା ବୋଲି ଛୁରାଘାତ

ଗୋଡ଼ଭଗା/ପଦ୍ମପୁର : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଟାମ୍ପରସରା ପଞ୍ଚାୟତ ଗମ୍ଭାରୀପଲିର ବୋହୂ ସୀମା ସୁରକ୍ଷା ବହିନୀ (ବିଏସ୍‌ଏଫ୍‌)ରେ ଯୋଗଦେବେ। ସେ ହେଲେ ମେଧାବୀ ମହାକୁର (୨୧)।

ନିକଟରେ ଅନୁଷ୍ଠିତ ପରୀକ୍ଷାରେ ମେଧାବୀ କୃତକାର୍ଯ୍ୟ ହୋଇଛନ୍ତି। ମେଧାବୀଙ୍କ ନିଜ ଘର ବଲାଙ୍ଗୀର ଜିଲ୍ଲା ମୁରିବାହଲ ବ୍ଲକ୍‌ ବାଗବାହଲି ଗ୍ରାମର। ୨୦୧୭ରେ ସେ ଗମ୍ଭାରୀପାଲି ଗ୍ରାମର ମନୋରଞ୍ଜନ ପଧାନଙ୍କୁ ବିବାହ କରିଥିଲେ। ମେଧାବୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ବାମୀ ମନୋରଂଜନ ସବୁପ୍ରକାର ସହାୟତା କରିଥିଲେ। ମେଧାବୀ ବିଏସ୍‌ଏଫ୍‌ ନିଯୁକ୍ତି ପାଇଁ ପରୀକ୍ଷା ଦେଇଥିଲେ। କରୋନା କଟକଣା ଯୋଗୁଁ ବିଳମ୍ବର ଏହାର ଫଳ ପ୍ରକାଶିତ ହୋଇଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି। ଜଣେ ଗୃହିଣୀ ହୋଇ ମଧ୍ୟ ମନରେ ଦେଶ ସେବା କରିବାର ଦୃଢ ଇଚ୍ଛାଶକ୍ତି ତାଙ୍କୁ ଆଜି ସଫଳ କରାଇଛି।

ସେହିପରି ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ୍‌ ବିଳାସପୁର ଗ୍ରାମର ମୀନାକ୍ଷୀ ନାୟକ ଅଂଚଳର ପ୍ରଥମ ମହିଳା ବିଏସ୍‌ଏଫ୍‌ ଯବାନ ଭାବରେ ଯୋଗ୍ୟତା ହାସଲ କରିଛନ୍ତି। ଓଡ଼ିଶାର ୧୫ଟି ନକ୍ସଲପ୍ରବଣ ଜିଲ୍ଲାରୁ ୫ଟି ରିଜର୍ଭ କୋଟା ଥିବାବେଳେ ଏହି କୋଟାରେ ମୀନାକ୍ଷୀ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି।

ଘରୁ ପାଦ କାଢ଼ିଲା ବୋଲି ଛୁରାଘାତ
ବୁଗୁଡ଼ା : ଝିଆରୀ ଘରୁ ପଦାକୁ ବାହାରିବାରୁ ରାଗ ସହି ନପାରି ଛୁରାମାଡ଼ କଲା କକା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ବଣପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା। କକା ଧନୁ ନାଇକଙ୍କ ଛୁରା ମାଡ଼ରେ ଝିଆରୀ ସ‌ନ୍ତୋଷୀ ଗୁରୁତର ହୋଇଛନ୍ତି। ସନ୍ତୋଷୀଙ୍କ ବେକ ଓ ପେଟରେ ଗଭୀର କ୍ଷତ ହୋଇ ଥିବାରୁ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନାନୁସାରେ, ରଙ୍କନିଧି ନାଇକଙ୍କ ଝିଅ ହେଉଛନ୍ତି ସନ୍ତୋଷୀ। ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ସନ୍ତୋଷୀ ତାଙ୍କ ସାନଭଉଣୀ ସହ ମାଟି ଆଣିବା ପାଇଁ ବିଲକୁ ଯାଇଥିଲେ। ଦୁଇଭଉଣୀ ବିଲରେ ଥିବା ସମୟରେ କକା ଧନୁ ସେଠାରେ ପହଞ୍ଚିଥିଲେ। ପୂର୍ବରୁ ସନ୍ତୋଷୀଙ୍କୁ ଘରୁ ନ ବାହାରିବାକୁ ଆକଟ କରିଥିବାବେଳେ ଧନୁ ତାଙ୍କୁ ପୁଣି ଦେଖି ରାଗିଯାଇଥିଲେ। ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ତାଙ୍କ ବେକକୁ ଛୁରୀରେ କାଟିବା ସହ ପେଟରେ ଭୁସି ଦେଇଥିଲେ। ବୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ଧନୁଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର