ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚୟତ ଅନ୍ତର୍ଗତ ଗବାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁଇ ଭଉଣୀ ନିକଟସ୍ଥ ନଦୀକୁ ଗାଧେଇ ବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି।

Advertisment

ସୂଚନା ପ୍ରକାରେ ଗବାଗୁଡା ଗ୍ରାମର ସୈନିକ ଗୋପାଳଙ୍କ ବଡ଼ ଝିଅ ହେମାଗ୍ନି ଗୋପାଳ(୧୫) ସହ ସାନ ଝିଅ ସସ୍ମିତା ଗୋପାଳ ଏବଂ ତାଙ୍କ ସାନ ଭାଇ ସାଧୁରାମ ଗୋପାଳଙ୍କ ଏକ ମାତ୍ର ଝିଅ ଲୁପେଦ୍ରି ଗୋପାଳ(୧୫) ଆଜି ଦିନ ୧୧ଟାରେ ଗାଁ ନିକଟସ୍ଥ ନଦୀକୁ ଗାଧେଇ ବାକୁ ଯାଇଥିଲେ। ତେବେ ଅସାବଧାନତା ଯୋଗୁଁ ହେମାଗ୍ନି ଏବଂ ଲୁପେଦ୍ରି ନଦୀ ପାଣିର ଗଭୀର ଭିତରେ ବୁଡି ଯାଇଥିଲେ। ପାଖରେ ଥିବା ଲୋକ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଉଦ୍ଧାର ହେବା ପୂର୍ବରୁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି।