ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଖମାରପଲ୍ଲୀ ଗ୍ରାମରେ ଆଜି ଅଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୋଖରୀରେ ଦୁଇଜଣ ନାବାଳିକା ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ବୁଡ଼ିଯାଇ ୨ଜଣ ନାବାଳିକା ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ନୂଆସାହିର ସ୍ବର୍ଗତ ବୁଲୁ ନାଇକଙ୍କ ବଡ଼ଝିଅ ଶାଲିନୀ (୧୨) ଓ ଆଉଜଣେ ବୁଲୁ ନାଇକଙ୍କ ବଡ଼ଝିଅ (୧୧)। ଶାଲିନୀ ଓ ସୋନାଲି ମିଶି ସାହିର ପଛଭାଗରେ ଥିବା ଗୁଡ଼ିବନ୍ଧକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତା ଯୋଗୁଁ ଗଭୀର ଜଳରେ ସେମାନେ ବୁଡ଼ିଯାଇଥିଲେ। ଫେରିବାରେ ବିଳମ୍ବ କରିବାରୁ ପରିବାରବର୍ଗ ବ୍ୟସ୍ତବିବ୍ରତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟରେ ସେମାନଙ୍କ ଶବକୁ ପୋଖରୀରୁ ଭାସୁଥିବା ଅବସ୍ଥାରେ ଠାବ କରାଯାଇଥିଲା।
ଜଗନ୍ନାଥପ୍ରସାଦ ପୁଲିସ ଓ ସ୍ଥାନୀୟ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲା। ଏହି ଖବର ପ୍ରଚାରିତ ହେବାପରେ ସାରା ଗ୍ରାମ ଶୋକରେ ଡୁବିଯାଇଥିଲା। କାନ୍ଦବୋବାଳିରେ ଗାଁ ପରିବେଶ ଫାଟିପଡ଼ିଥିଲା। ଜଗନ୍ନାଥପ୍ରସାଦ ଥାନାରେ ଏନେଇ କେସ୍ ନମ୍ବର ୨/୨୩ରେ ମାମଲା ରୁଜୁ ସହ ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି ବୋଲି ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ମୃତ ଶାଳିନୀ ଚତୁର୍ଥ ଶ୍ରେଣୀ ଓ ସୋନାଲି ତୃତୀୟ ଶ୍ରେଣୀରେ ପଢ଼ୁଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp