ପାଣିରେ ବୁଡ଼ି ୨ ନାବାଳିକା ମୃତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅଂଚଳର ବହଳଦା ବ୍ଲକ ଭାଲୁଗଡ଼ା ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଦୁଇ ପଡ଼ୋଶୀଙ୍କ ଝିଅ ଆଜି ମଧ୍ୟାହ୍ନରେ ସ୍କୁଲରୁ ଫେରିବା ପରେ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଏକାଠି ଗାଧୋଇବାକୁ ଯାଇଥିଲେ। ବର୍ଷା ପାଣିରେ ଉବୁଟୁବୁ ହେଉଥିବା ପୋଖରୀରେ ଗାଧୋଉ ଗାଧୋଉ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ପୋଖରୀ ପଟେ ଅପରାହ୍‌ଣ ୨ଟା ପରେ ଗାଁର ଆଉ ଜଣେ ଝିଅ ଯାଇଥିବା ବେଳେ ଉଭୟ ନାବାଳିକାଙ୍କୁ ପାଣିରେ ଭାସୁଥିବା ଦେଖିଥିଲେ। ପରେ ଗାଁରେ ଖବର ଦେବା ପରେ ଲୋକେ ପୋଖରୀରୁ ଉଭୟ ନାବାଳିକାଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। କିନ୍ତୁ ସେତେବେଳକୁ ଉଭୟ ନାବାଳିକାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ମୃତ ଦୁଇ ନାବାଳିକା ହେଲେ କହ୍ନାଇ ନାୟକଙ୍କ ଝିଅ ମୁକ୍ତା ନାୟକ(୧୧) ଓ ତାଙ୍କ ପଡ଼ୋଶୀ ଲକ୍ଷ୍ମଣ ନାୟକଙ୍କ ଝିଅ ସଲମା ନାୟକ(୫) ।

ସମ୍ବନ୍ଧିତ ଖବର