ପୁଣି ୨ ହାତୀ ମୃତ : ୯ ଦିନ ପଡ଼ିପଡ଼ି ମଲା

ତୁମୁଡିବନ୍ଧ : ୯ ଦିନ ଜୀବନ ସହ ସଂଗ୍ରାମ କରି ହାରିଗଲା ଅସୁସ୍ଥ ହାତୀ। ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଆଜି ଆଖିବୁଜିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜ ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟରେ ଗତ ୧୬ ତାରିଖରୁ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ିଥିବାବେଳେ ଆଜି ତାର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଖପାଖ ବହୁ ଗାଁର ମହିଳା ଓ ପୁରୁଷ ଜମା ହୋଇ ହାତୀଟିକୁ ଫୁଲ, ସିନ୍ଦୂର ଓ ନୂଆଲୁଗା ଦେଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ପରେ ଖବର ପାଇ ବେଲଘର ରେଞ୍ଜର ମଣି ପାତ୍ର ଓ ସମସ୍ତ ରେଞ୍ଜ କର୍ମଚାରୀ ଆସି ହାତୀ ନିକଟରେ ପହଂଚି ଶବ ବ୍ୟବଛେଦ ପରେ ଏକ ବଡ଼ ଗାତ କରି ପୋତି ଦିଆଯାଇଥିବା ଜଣାପଡିଛି।

ଉତ୍ତରପ୍ରଦେଶରୁ ଆସିଥିଲା

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଆଜି ଏକ ପୋଷା ହାତୀର ମୃତ୍ୟୁ ଘଟିବ‌‌ା ପରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ମାହାଙ୍ଗା ଅଞ୍ଚଳରେ ଗତ ସପ୍ତାହକ ତଳେ ବଡଚଣା ଅଞ୍ଚଳ ଚମ୍ପାପୁର ଗ୍ରାମର ରବୀନ୍ଦ୍ର ବେହୁରା ଓ ଉତ୍ତରପ୍ରଦେଶ ବନାରସର ତନୁ ସରୋଜ ନାମକ ଦୁଇ ଜଣ ବ୍ୟକ୍ତି ୭୦ ବର୍ଷର ଏକ ମାଈ ହାତୀକୁ ଆଣି ଗାଁ ଗାଁ ବୁଲାଇ ଧାନ, ମୁଗ ଆଦାୟ କରୁଥିଲେ। କିନ୍ତୁ ଏହି ହାତୀଟି ଆଜି ସ୍ଥାନୀୟ କୋଳିଅଠା ଗ୍ରାମକୁ ଆସିଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା ା ଏହାପରେ ହାତୀଟିର ମାହୁନ୍ତ ଅନ୍ୟ ଏକ ହାତୀକୁ ଡକାଇ ଉଠାଇବା ପାଇଁ ଚେଷ୍ଟା କରିଥିଲେ ା କିନ୍ତୁ ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ହୋଇଯାଇଥିବାରୁ ହାତୀକୁ ଉଠାଇବା ସମ୍ଭବ ହୋଇ ନଥିଲା ା ଏହି ହାତୀଟି ପଡିଯିବା ସମୟରେ ତା’ ପାଟିରେ ଥିବା ଏକ ଦାନ୍ତ ଭାଙ୍ଗି ଯାଇଥିଲା ା ଉଠାଇବା ପାଇଁ ଆସିଥିବା ହାତୀ ମାହୁନ୍ତ ମୃତ ହାତୀର ଦାନ୍ତକୁ ନେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ ା ଏହି ହାତୀଟିର କାନ ଓ ଆଗ ଡାହାଣ ଗୋଡ ଓ ପାଦରେ କ୍ଷତ ଥିବା ଦେଖିବାକୁ ମିଳିଛି ା

ସମ୍ବନ୍ଧିତ ଖବର