୨ ହାତୀଙ୍କ ଗଳିତ ମୃତଦେହ ଠାବ

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅନ୍ତର୍ଗତ ଫଟାଚତୁରି ଅଞ୍ଚଳରୁ ଦୁଇଟି ହାତୀଙ୍କ ଗଳିତ ମୃତଦେହ ଠାବ କରାଯାଇଛି। କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଗୋଟିଏ ମାଈହାତୀର ମୃତଦେହ ଠାବ ହୋଇଥିବା ସଂପର୍କରେ ସୂଚନା ଦେଇଥିବା ବେଳେ ସ୍ଥାନୀୟ ଲୋକେ ମାଈହାତୀ ସହ ଗୋଟିଏ ହାତୀ ଶାବକର ମଧ୍ୟ ମୃତଦେହ ପଡ଼ିଥିବା କହିଛନ୍ତି।

ହାତୀଙ୍କ ସୁରକ୍ଷିତ ଆବାସସ୍ଥଳୀ କୁହାଯାଉଥିବା କୁଲଡ଼ିହା ଅଭୟାରଣ୍ୟରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ବନ୍ୟଜନ୍ତୁପ୍ରେମୀଙ୍କୁ ଚିନ୍ତିତ କରିଛି। କିଛିଦିନ ତଳେ ଅଭୟାରଣ୍ୟରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ତରବରିଆ ଭାବେ ତାକୁ ପୋଡ଼ି ଦେଇଥିଲା। ପୁଣି ଆଜି ଅଭୟାରଣ୍ୟ ନିକଟବର୍ତ୍ତୀ ଗୁହାଳିଆ ଗାଁ ଲୋକେ ଜଙ୍ଗଲରୁ ଉତ୍କଟ ପଚା ଗନ୍ଧ ଆସୁଥିବା ନେଇ ବନ ବିଭାଗକୁ ଖବର ଦେବା ପରେ ସନ୍ଧ୍ୟାରେ ବନ କର୍ମଚାରୀ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭୟାରଣ୍ୟ ଭିତରେ ୨ଟି ହାତୀଙ୍କ ଗଳିତ ମୃତଦେହ ଠାବ ହେବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତହାତୀ ଦୁଇଟି ମଧ୍ୟରେ ଗୋଟିଏ ମାଈହାତୀ ରହିଥିବା ବେଳେ ଅନ୍ୟଟି ହାତୀ ଶାବକ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର