ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ତ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟରେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ ତାଡ଼ି ନେଇଥିଲେ। ଏହି ଘଟଣାରେ ଆଜି ବନ ବିଭାଗର ଦୁଇଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ; ଅଭୟାରଣ୍ୟର କୁଲଡିହା-୧ ବିଟ୍ ହାଉସ୍ ନିକଟ ଭାଲୁବସା ଜଙ୍ଗଲରେ ଗତ ୫ ତାରିଖ ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଥିଲା। ହାତୀଟିକୁ ୫/୬ ଦିନ ତଳେ ମରାଯାଇଥଲା ଏବଂ ତା’ର ଦୁଇଟି ଦାନ୍ତକୁ ଶିକାରୀମାନେ ତାଡ଼ି ନେଇଥିଲେ। ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସଦୃଶ କୁଲଡିହା-୧ ବିଟ୍ ହାଉସ୍ ଫରେଷ୍ଟର କିଶୋର ଭୂୟାଁ ଓ ଫରେଷ୍ଟ ଗାର୍ଡ ଲାଲମୋହନ ସିଂଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଯାହାକିଛି ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ବର ଡିଏଫ୍ଓ ବିଶ୍ବରାଜ ପଣ୍ତା ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/kul.jpg)