ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଶରତ ରାସ୍ତାର ନୂଆସାହି ବାଙ୍କରେ ବାଇକ ଧକ୍କାରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଯୁବକ ହେଲେ ଚୋଡ଼ଗଙ୍ଗଦେବ ମୁଣ୍ଡା (୧୯) ଓ ବିକାଶ ମୁଣ୍ଡା(୨୧)।
ଘଟଣାରୁ ପ୍ରକାଶ ଯେ, କଳାକାଦସ୍ଥିତ ଏକ ଘରୋଇ ଇଞ୍ଜିନିୟରିଙ୍ଗ କଲେଜର ୨ ଛାତ୍ର ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି। ଇଂଜିନିୟରିଙ୍ଗ କଲେଜରୁ ଛୁଟି ଦରଖାସ୍ତ ଦେଇ ଘରକୁ ଯାଇଥିଲେ। ଚୋଡ଼ଗଙ୍ଗଦେବ ମୁଣ୍ଡାl ସେ ନିୟମିତ ହଷ୍ଟେଲରେ ରହୁଥିଲେ ଏବଂ ଦ୍ୱିତୀୟ ବର୍ଷ ଛାତ୍ର ଥିଲେl କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବେଲସରେଇ ଗ୍ରାମରେ ଚୋଡ଼ଗଙ୍ଗଦେବର ଘର। ଶରତ ଯିବାର ଯୋଜନା ଥିବାରୁ ଚୋଡ଼ଗଙ୍ଗଦେବ ପାଖକୁ ପଲସର ଗାଡି ନେଇ ଆସିଥିଲା ସାଙ୍ଗ ବିକାଶ ମୁଣ୍ଡାl ମା ପାଖରୁ ୨୦୦ ଟଙ୍କା ନେଇ ବାଇକ (ଓଡି୦୯ଏସି ୧୩୨୪) ଯୋଗେ ଚୋଡଙ୍ଗଗଦେବ ମୁଣ୍ଡା ଏବଂ ବିକାଶ ମୁଣ୍ଡା ଚୋଡ଼ଗଙ୍ଗର ଭଉଣୀ ଘର ଶରତ ବାହାରିଥିଲେ।
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବେଲସରେଇ ଗ୍ରାମରେ ଚୋଡ଼ଗଙ୍ଗଦେବର ଘର। ଶରତ ଯିବାର ଯୋଜନା ଥିବାରୁ ଚୋଡ଼ଗଙ୍ଗଦେବ ପାଖକୁ ପଲସର ଗାଡି ନେଇ ଆସିଥିଲା ସାଙ୍ଗ ବିକାଶ ମୁଣ୍ଡାl ମା ପାଖରୁ ୨୦୦ ଟଙ୍କା ନେଇ ବାଇକ ଯୋଗେ ଚୋଡଙ୍ଗଗଦେବ ମୁଣ୍ଡା ଏବଂ ବିକାଶ ମୁଣ୍ଡା ଚୋଡ଼ଗଙ୍ଗର ଭଉଣୀ ଘର ଶରତ ବାହାରିଥିଲେ।
ଉଭୟ ପ୍ରାୟ ଦିନ ୧ଟା ବେଳେ ଠାକୁରମୁଣ୍ଡା ବଜାର ଅତିକ୍ରମ କରି ୩ କିମି ଦୂର ନୂଆସାହି ବାଙ୍କରେ ରାସ୍ତାକଡ଼ରେ ଥିବା ସିମେଣ୍ଟ ପିଲରକୁ ଧକ୍କାଦେଇ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଚୋଡ଼ଗଙ୍ଗଦେବଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ବିକାଶ ମୁଣ୍ଡାକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିକାଶର ମଧ୍ୟ ମୃତ୍ୟୁ ହୋଇ ଯାଇଛି। ଉଭୟ ଛାତ୍ରଙ୍କ ମୃତ୍ୟୁରେ କଲେଜରେ ଗଭୀର ଶୋକ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/Sdzph0sC6rd6LSAhB4cj.jpeg)