ଏଲ୍‌ଏଚ୍‌ବି କୋଚ ସହ ଗଡ଼ିବ ୨ ଏକ୍ସପ୍ରେସ୍‌

ଭୁବନେଶ୍ବର : ଝଟ୍‌କା ବିହୀନ ଆରାମଦାୟକ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ଚଳିତ ମାସରୁ ଭୁବନେଶ୍ୱରରୁ ଚଳାଚଳ କରୁଥିବା ଭୁବନେଶ୍ୱର-ପଣ୍ଡିଚେରୀ ଏକ୍ସପ୍ରେସ ଓ ଭୁବନେଶ୍ୱର-ରାମେଶ୍ୱରମ୍‌ ଏକ୍ସପ୍ରେସରେ ଅତ୍ୟାଧୁନିକ ଏଲ୍‌ଏଚ୍‌ବି କୋଚ ସଂଯୋଗ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର ଏକ୍ସପ୍ରେସ (୧୨୮୯୮/୧୨୮୯୭) ଚଳିତ ମାସ ୧୬ ତାରିଖରୁ ଭୁବନେଶ୍ୱରରୁ ଓ ୧୭ ତାରିଖରୁ ପଣ୍ଡିଚେରୀରୁ ଏବଂ ଭୁବନେଶ୍ୱର-ରାମେଶ୍ୱରମ୍‌-ଭୁବନେଶ୍ୱର ଏକ୍ସପ୍ରେସ୍‌(୧୮୪୯୬/୧୮୪୯୫) ଏପ୍ରିଲ ୧୯ରୁ ଭୁବନେଶ୍ୱରରୁ ଓ ୨୧ ତାରିଖରୁ ପଣ୍ଡିଚେରୀରୁ ଏଲ୍‌ଏଚ୍‌ବି କୋଚ ସଂଯୋଗ ସହ ଗଡ଼ିବ।

ଉଭୟ ଟ୍ରେନ୍‌ରେ ୨୧ଟି କୋଚ ଯଥା ଗୋଟିଏ ଏସି-୨ ଟାୟର, ଚାରିଟି ଏସି-୩ ଟାୟର, ୧୧ଟି ସ୍ଲିପର କ୍ଲାସ, ଦୁଇଟି ସାଧାରଣ ଦ୍ଵିତୀୟ ଶ୍ରେଣୀ, ଦୁଇଟି ଗାର୍ଡ, ଲଗେଜ ଓ ଦ୍ଵିତୀୟ ଶ୍ରେଣୀ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର କୋଚ ସହିତ ଚଳାଚଳ କରିବ। ଏଥିରେ ଅଧିକ ବର୍ଥ ସୃଷ୍ଟି ହୋଇପାରିବ। ଏଲଏଚବି କୋଚରେ ଆଣ୍ଟି-ଟେଲିସ୍କୋପିକ ବ୍ୟବସ୍ଥା ରହିଛି। ଏହି କୋଚ୍‌ଗୁଡ଼ିକ ନିରାପଦ, ହାଲୁକା, ଅଧିକ ଆରାମଦାୟକ। ଯାତ୍ରା ସମୟରେ ଝଟ୍‌କା ଦେବନି। ଏବେ ଧୀରେ ଧୀରେ ପୂର୍ବ ପ୍ରଚଳିତ ଆଇସିଏଫ୍‌ କୋଚ ପରିବର୍ତ୍ତେ ଏଲଏଚବି କୋଚ୍‌ ସଂଯୋଗ କରାଯିବାକୁ ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର