ଦୁଇ ଏକ୍ସପ୍ରେସ୍‌ର ମାର୍ଗ ପରିବର୍ତ୍ତନ : ବିଜୟୱାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ଦେଇ ଚାଲିବ

ଭୁବନେଶ୍ବର : ପରିଚାଳନାଗତ ସମସ୍ୟାକୁ ଏଡ଼ାଇବା ସହ ବାଧାବିହୀନ ଓ ସମୟାନୁବର୍ତ୍ତିତା ଯାତ୍ରା ଉପଲବ୍ଧ କରାଇବା ପାଇଁ ରେଳବାଇ ପକ୍ଷରୁ ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର (୨୦୮୦୯/୨୦୮୧୦) ଓ ବିଶାଖାପାଟଣା-ନାନ୍ଦେଡ଼-ବିଶାଖାପାଟଣା (୨୦୮୧୧/୨୦୮୧୨) ତ୍ରି-ସାପ୍ତାହିକ ଏକ୍ସ‌ପ୍ରେସ୍‌ ଟ୍ରେନ୍‌କୁ ଚଳିତ ମାସ ଚତୁର୍ଥ ସପ୍ତାହଠାରୁ ବିଜୟୱାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ମାର୍ଗ ଦେଇ ଚଳାଚଳ କରିବ। ଏଥିସହ ରାୟନାପଡ଼ୁଠାରେ ରହଣି ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୨୨ରୁ ସମ୍ବଲପୁରରୁ ଛାଡ଼ିବାକୁ ଥିବା ସମ୍ବଲପୁର-ନାନ୍ଦେଡ଼ ତ୍ରି-ସାପ୍ତାହିକ ଏକ୍ସପ୍ରେସ(୨୦୮୦୯) ଓ ଏପ୍ରିଲ ୨୩ରୁ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟଣା-ନାନ୍ଦେଡ଼ ତ୍ରି-ସାପ୍ତାହିକ ଏକ୍ସପ୍ରେସ(୨୦୮୧୧) ରାୟନାପଡୁ ଷ୍ଟେସନଠାରେ ସ୍ଥିରୀକୃତ ଦିନଗୁଡ଼ିକରେ ରାତି ୨ଟା ୪୦ରେ ପହଞ୍ଚି ୨ଟା ୪୫ମିନିଟ୍‌ରେ ନାନ୍ଦେଡ଼ ଯାତ୍ରା କରିବ। ସେହିପରି ଫେରିବା ପଥରେ ଚଳିତ ମାସ ୨୩ ତାରିଖଠାରୁ ନାନ୍ଦେଡ଼ରୁ ଛାଡ଼ିବାକୁ ଥିବା ନାନ୍ଦେଡ଼-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସ(୨୦୮୧୦) ଓ ଚଳିତ ମାସ ୨୪ ତାରିଖରୁ ନାନ୍ଦେଡ଼-ବିଶାଖାପାଟଣା ତ୍ରି-ସାପ୍ତାହିକ ଏକ୍ସପ୍ରେସ(୨୦୮୧୨) ରାୟନାପଡୁ ଷ୍ଟେସନଠାରେ ସ୍ଥିରୀକୃତ ଦିନଗୁଡ଼ିକରେ ରାତି ୩ଟା ୩୫ରେ ପହଞ୍ଚି ରାତି ୩ଟା ୪୦ରେ ଯଥାକ୍ରମେ ସମ୍ବଲପୁର ଓ ବିଶାଖାପାଟଣା ଯାତ୍ରା କରିବ।

ସମ୍ବନ୍ଧିତ ଖବର