ନୂଆଦିଲ୍ଲୀ/ଭୁବନେଶ୍ୱର: ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ଆଜି ୟୁନିଭର୍ସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହି ସମସ୍ତ ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି ୟୁଜିସି।
ଏଥିରେ ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୮ଟି ରହିଛି। ଦିଲ୍ଲୀରେ ୭ଟି, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ପୁଡ଼ୁଚେରିରେ ଗୋଟିଏ କରି ଜାଲ୍ ବିଶ୍ୱବିଦ୍ୟାଳୟ ରହିଥିବା ଜାଣିବାକୁ ମିଳିଛି। ଏଥିସହ ଏହି ସମସ୍ତ ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ନ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସାବଧାନ କରି ଦେଇଛି ୟୁଜିସି।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁଇଦୁଇଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ରାଉରକେଲାଠାରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ବାରିପଦାରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଏହି ତାଲିକାରେ ସ୍ଥାନ ପାଇଛି। ସେହିପରି ପଶ୍ଚିମବଙ୍ଗର ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟିଭ୍ ମେଡ଼ିସିନ୍ ଆଣ୍ଡ ରିସର୍ଚ୍ଚ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ ମେଡ଼ିସିନ୍ ନକଲି ବୋଲି ୟୁଜିସି ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/9737d5ce-538c-44c2-b957-ff723ce1f5fd.jpg)