ଗାଁ ଦାଣ୍ଡରେ ସମୁଦ୍ର ଜୁଆର, ଘରେ ଆଣ୍ଠୁଏ ପାଣି ପଶିବାରୁ ଲୋକେ ନାକେଦମ୍‌

ବ୍ରହ୍ମଗିରି: ଗାଁ ଦାଣ୍ଡରେ ଲହଡ଼ି ମାରୁଛି ସମୁୁଦ୍ର ପାଣି। ଗାଁ ଭିତରକୁ ସମୁଦ୍ର ଆଡୁ ପାଣି ମାଡ଼ି ଆସୁଥିବାରୁ ଲୋକେ ଛାନିଆ ହୋଇଯାଇଛନ୍ତି। ଗାଁ ଦାଣ୍ଡରେ ପ୍ରାୟ ୨ ଫୁଟ ପାଣି ଥିବା ବେଳେ ଲୋକଙ୍କର ଘରକୁ ମଧ୍ୟ ପାଣି ପ୍ରବେଶ କରିଛି। ଫଳରେ ଲୋକଙ୍କର ଜିନିଷପତ୍ର ନଷ୍ଟ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅରଖକୁଦା ଗାଁରେ ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ଭିତରେ ଆଜି ସକାଳୁ ସମୁଦ୍ର ଜୁଆର ପଶିଥିଲା। ଜୁଆର ପାଣି ଗାଁ ଦାଣ୍ଡରେ ଲହଡ଼ି ମାରିଥିଲା। ଲୋକଙ୍କ ଘର ଭିତରେ ଜୁଆର ପାଣି ପଶି ଯିବାରୁ ଲୋକେ ନାକେଦମ ହୋଇଥିଲେ।

ଚିଲିକାରେ ୬ଟି ପ୍ରକୃତିକ ଭାବରେ ମୁହାଣ ଖୋଲି ସାରିଛି। ଏବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଛି। ପ୍ରବଳ ଜୁଆର ଆସି ଗାଁ ଭିତରେ ତାଣ୍ଡବ ରଚିଛି। ଉପକୁଳ ସୁରକ୍ଷା ପ୍ରାଚୀର ହୋଇ ନ ଥିବାରୁ ଜୁଆର ଆସି ଗାଁ ଭିତରେ ପଶିଛି। ଗାଁ ଦାଣ୍ଡରେ ଆଣ୍ଠୁଏ ଜୁଆର ପାଣି ଲହଡି ମାରୁଛି।

ସମ୍ବନ୍ଧିତ ଖବର