ମାଲକାନଗିରି: ଆଜି ପ୍ରତ୍ୟୁଷରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପୁଲିସ ସହ ଗୁଳି ବିନିମୟ କରି ଦୁଇଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି।
ମୃତାକାଲୋପର ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ ଧରଣର କ୍ୟାମ୍ପ୍ ପକାଇଥିବା ସୂଚନା ପାଇବା ପରେ ଦନ୍ତେଓ୍ଵାଡ଼ାର ‘ଡିଆର୍ଜି’ ଯବାନମାନେ ମାଓ ଦମନ ଅଭିଯାନ ଆରମ୍ଭ କରିଥିଲେ। ତେଣେ, ପୁଲିସ ଆସିବା ଜାଣିପାରି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଫଳରେ ପୁଲିସ ଗୁଳି ଚୋଟରେ ସେହି କ୍ୟାମ୍ପ୍ର ଦୁଇଜଣ ଦୁର୍ଦ୍ଦାନ୍ତ ମହିଳା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2020/12/sp.jpg)
ମୃତ ଦୁଇ ମହିଳା ଆତଙ୍କବାଦୀଙ୍କ ମଧ୍ୟରୁ ପରିଚୟ ମିଳିଥିବା ଜଣଙ୍କର ନାମ ହେଉଛି ଇଜେ ମରକୋମ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
ଅବଶିଷ୍ଟ କ୍ୟାଡର୍ ମାଓବାଦୀମାନେ ପୁଲିସ ଗୁଳି ବର୍ଷଣକୁ ମୁକାବିଲା କରି ନ ପାରି ଛତ୍ରଭଙ୍ଗ ଦେବା ସହ ଘଟଣା ସ୍ଥଳରୁ ପଳାୟନ କରିଥିଲେ।
ଗୁଳି ବିନିମୟସ୍ଥଳରୁ ପୁଲିସ ଦୁଇଟି ବନ୍ଧୁକ ଓ ମାଓବାଦୀମାନେ ବ୍ୟବହାର କରୁଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏହି ଘଟଣା ପରେ ପୁଲିସ ମାଓ ଦମନ ଅଭିଯାନ ଜୋରଦାର୍ କରିଥିବା ଦନ୍ତେଓ୍ଵାଡ଼ା ଏସ୍ପି ଅଭିଷେକ ପଲ୍ଲବ କହିଛନ୍ତି।
ମୃତା ମହିଳା ମାଓବାଦୀ ମଲାଙ୍ଗିରି ଏରିଆ କମିଟି ମାଓ ସଙ୍ଗଠନର ସଦସ୍ୟ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/mao.jpg)