ବଜ୍ରପାତରେ ଦୁଇ ମହିଳା ଶ୍ରମିକ ମୃତ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବୁଢ଼ାବାହାଲ ଗାଁରେ ଗୁରୁବାର ବଜ୍ରପାତ ହେବାରୁ ଦୁଇଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଉଭୟ ବିଲରେ କପା ଚାରାରୋପଣ କରୁଥିବା ସମୟରେ ଏହି ଅଘଟଣ ଘଟିଛି।

ମୃତକ ଦ୍ବୟ ହେଲେ, ବୁଢ଼ାବାହାଲ ଗାଁର ଲକ୍ଷ୍ମୀ ଖମାରୀ ଓ ଅସଲି ଚନ୍ଦନ। ଗୁରୁବାର ଅପରାହ୍ନ ୪ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ଏହିସମୟରେ ବୁଢ଼ାବାହାଲ-ଲକ୍ଷ୍ମଣପୁର ରାସ୍ତାରେ ଥିବା ଏକ କିଆରିରେ କିଛି ଶ୍ରମିକ କପା ଚାରାରୋପଣ କରୁଥିଲେ। ବଜ୍ରପାତ ହେବାରୁ ଲକ୍ଷ୍ମୀ ଓ ଅସଲି ସେଠାରେ ଟଳିପଡ଼ିଥିଲେ। ବନ୍ଧପଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର