ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି, ୨ ଜଣ ଫରେଷ୍ଟର ଫେରାର ଅଛନ୍ତି: ପିସିସିଏଫ୍‌

ଭୁବନେଶ୍ବର: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହାତୀ ମୃତ୍ୟୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ପିସିସିଏଫ ଶଶୀ ପଲ ପ୍ରତିକ୍ରିୟା ଦେଇଛନ୍ତି। ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି । ୨ ଜଣ ଫରେଷ୍ଟର ଫେରାର ଅଛନ୍ତି । କାଲି ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ କଙ୍କାଳ ମିଳିଛି । ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡିଛି, ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି । ହାତୀ ମୃତ୍ୟୁରେ ସେମାନଙ୍କର କଣ ଭୂମିକା ରହିଛି, ତାହା ଏସ୍‌ଆଇଟି ତଦନ୍ତରୁ ସ୍ପଷ୍ଟ ହେବ । ରାଜ୍ୟରେ ଯେତିକି ବି ହାତୀ କଙ୍କାଳ ଉଦ୍ଧାର ହେବ, ଏସ୍‌ଆଇଟି ସବୁ ଘଟଣାର ତଦନ୍ତ କରିବ ।  ଏସ୍‌ଆଇଟିରେ ଜଣେ ବିଶେଷଜ୍ଞ ସଦସ୍ୟ ରହିଛନ୍ତି, ଯିଏକି ହାତୀ କଙ୍କାଳର ନମୁନାରୁ ଏଗୁଡ଼ିକ କେବେ ଘଟିଛି ତାହା ଆକଳନ କରିବେ । ତାଙ୍କ ଆକଳନ ଆଧାରରେ ଯେଉଁ ଡିଏଫ୍‌ଓଙ୍କ ସମୟରେ ଏ ଘଟଣା ଘଟିଥିବ, ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ।

ସମ୍ବନ୍ଧିତ ଖବର