ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅନ୍ତର୍ଗତ ଜୋଡାବାଲି ପଂଚାୟତର ଶ୍ରାଲିଗାଡି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଧୋଇବାକୁ ଯାଇ ଦୁଇ ସାଙ୍ଗ ନଦୀରେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି। ନିଖୋଜ ନାବାଳିକା ହେଲେ ଚାନ୍ଦିନୀ ମଳିକ।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଦୁଇ ଜଣ ସାଙ୍ଗ ଗାଁ ପାଖ ଶ୍ରାଲି ନଦୀକୁ ଗାଧେଇବାକୁ ଯାଇଥିଲେ। କିନ୍ତୁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଫେରିନ ଥିଲେ। କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରୁଥିବା ସମୟରେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କର ଝିଅମାନେ ନଦୀରେ ଭାସିଯାଇ। ସାଙ୍ଗେ ସାଙ୍ଗେ କୋଟଗଡ଼ ଦମକଳ ବାହିନୀ ଖବର ଦେଇଥିଲେ।
ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନି ପହଂଚି ଖୋଜାଖୋଜି ପରେ ଆଲୋନୀ ଗାଉଟିଆ ଜୀବିତ ମିଳିଥିବା ବେଳେ ଆଉ ଜଣେ ଚାନ୍ଦିନୀ ମଳିକ ନିଖୋଜ ଅଛନ୍ତି। ରିପୋର୍ଟ ଲେଖାଯିବା ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ଥିବା ବଳେ ଘଟଣାସ୍ଥଳରେ କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନ ଓ ତହସିଲ ଦାର ଦୀବାକର ମାଝି ଉପସ୍ଥିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କୋଟଗଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/55b6c81c-bffb-4ae8-ba01-41a637498d30.jpeg)