ବାଇକ୍‌କୁ ପିଟିଲା ଟ୍ରକ୍‌, ଦୁଇ ବନ୍ଧୁ ମୃତ

0

କଟକ : ଭୁବନେଶ୍ବରରୁ ବାଇକ୍‌ରେ କଟକ ଆସୁଥିବା ତିନି ବନ୍ଧୁଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇ ବନ୍ଧୁ ହେଉଛନ୍ତି ଭୁବନେଶ୍ବରର ମିଥୁନ ନାୟକ ଏବ˚ ନୟାଗଡ଼ର ସଦାନନ୍ଦ ନାୟକ। ଆହତ ନୟାଗଡ଼ ନୋତରର ଉପେନ୍ଦ୍ର ଘଡେ଼ଇଙ୍କୁ ମଧୁପାଟଣା ଥାନା ପୁଲିସ ବଡ଼ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।

ସୂଚନାନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଭୁବନେଶ୍ବରରୁ ଏକ ଭୋଜି ସାରି ତିନି ଜଣ ବନ୍ଧୁ ହିରୋହଣ୍ତା ଡିଲକ୍ସ ବାଇକ୍‌(ଓଆର‌୍‌ ୦୨ ବିଏଫ୍‌ ୧୯୫୪)ରେ କଟକ ଆଡ଼କୁ ଆସୁଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ଲିଙ୍କରୋଡ୍‌ ଓଭର‌୍‌ ବ୍ରିଜ ନିକଟରେ ଭୁବନେଶ୍ବରରୁ ଜାମ୍‌ସେଦପୁର ଦ୍ରୁତ ଗତିରେ ଯାଉଥିବା କୋଇଲା ବୋଝେଇ ଟ୍ରକ୍‌(ଏପି ୩୧ ଟିସି ୭୫୫୯) ପଛପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ତିନି ଜଣ ବନ୍ଧୁ ରାସ୍ତା ଉପରକୁ ଛିଟିିକି ପଡ଼ିଥିଲେ। ଟ୍ରକ୍‌ର ପଛ ଚକା ସେମାନଙ୍କ ଉପରେ ଚଢ଼ିଯାଇଥିଲା। ମଧୁପାଟଣା ଥାନା ପୁଲିସ ଗୁରୁତରଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ ନେଉଥିବା ବେଳେ ସଦାନନ୍ଦ ଏବ˚ ମିଥୁନଙ୍କ ମୃତ୍ୟୁ ହୋଇଥିଲା। ଏବେ ବଡ଼ ମେଡିକାଲ୍‌ରେ ଉପେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର‌୍‌ ଆନ୍ଧ୍ର ପ୍ରଦେଶର ବି. ମହାଲକ୍ଷ୍ମୀ ନାଇଡୁକୁ ଗିରଫ କରିଥିବାବେଳେ ଟ୍ରକକୁ ଜବତ କରିଛି। ମୃତ ଏବ˚ ଆହତଙ୍କ ପରିବାର ଲୋକଙ୍କୁ ପୁଲିସ ଯୋଗାଯୋଗ କରିଥିବା ବେଳେ ସେମାନେ ବଡ଼ ମେଡିକାଲ୍‌ ଆସୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.