୨ ଗଞ୍ଜେଇ ବେପାରୀ ଗିରଫ

ଖଣ୍ଡଗିରି : କନ୍ଧମାଳରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ କନ୍ଧମାଳ କୋଟଗୁଡ଼ା ଥାନା ପିତାଗୁଡ଼ା ଅଞ୍ଚଳର ରୋହିତ ବେହେରା ମାଝୀ(୨୭) ଓ ରାଟୁ ପ୍ରଧାନ(୨୩)। ପୁଲିସ ସେମାନଙ୍କଠାରୁ ୮ କିଲୋ ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ ୩୦ ହଜାର ଟଙ୍କା ହେବ। ଶନିବାର ସକାଳ ପ୍ରାୟ ୮ଟାବେଳେ ରୋହିତ ଓ ରାଟୁ ଚାଲି ଚାଲି ତପୋବନ ବସ୍ତି ଆଡ଼କୁ ଯାଉଥିଲା ବେଳେ ଖଣ୍ଡଗିରି ଥାନା ପୁଲିସ ସନ୍ଦେହ କରି ସେମାନଙ୍କୁ ଅଟକାଇଥିଲା।

ସମ୍ବନ୍ଧିତ ଖବର