ହୀରାକୁଦ ଜଳସ୍ତର ୬୨୦ ଫୁଟ୍‌ ଡେଇଁଲା, ୨ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ବୁଧବାର ରାତି ୯ଟାରେ ଏହାର ଜଳସ୍ତର ୬୨୦.୨୭ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ଏହି ସମୟରେ ୧,୦୬,୯୪୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪୫,୯୪୯ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ମଂଗଳାର ଜଳଭଣ୍ଡାର ୭ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଥିବା ବେଳେ ଜଳ ପ୍ରବେଶ ହ୍ରାସ ପାରିବାରୁ ବୁଧବାର ପର୍ଯ୍ୟାୟକ୍ରମେ ୫ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ମାତ୍ର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ୧.୫୭ ମିମି ଓ ତଳମୁଣ୍ଡରେ ୨.୩୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର