ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ସ୍ପର୍ଶ କରି ସାରିଛି। ନିର୍ଧାରିତ ସମୟ ଅନୁଯାୟୀ ଏହା ସେପ୍ଟେମ୍ବର ୩୦ ସୁଦ୍ଧା ଜଳଭଣ୍ଡାର ଭର୍ତି ହୋଇ ଯାଇଛି। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଅପେକ୍ଷାକୃତ କମ୍ ଦିନ ପାଇଁ ଓ କମ୍ ସଂଖ୍ୟକ ଗେଟ୍ ଖୋଲା ଯାଇଥିବା ବେଳେ ଡ୍ୟାମ୍ କର୍ତୃପକ୍ଷ ମୌସୁମୀ ସମୟରେ କୌଣସି ମତେ ନଦୀବନ୍ଧ ପୂର୍ଣ୍ଣ କରିବାକୁ ସକ୍ଷମ ହୋଇଛନ୍ତି। ସୋମବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୩୦.୧୭ ଫୁଟ୍ ଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପିଛା ୫୩୮୯୭ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୭୯୩୧୧ ଘନ ଫୁଟ୍ ନିଷ୍କାସିତ ହେଉଥିଲା। ୩ଟି ସ୍ଲୁଇସ୍ ଗେଟ୍ ଦେଇ ୪୯୩୩୮ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ା ଯାଉଥିଲା ବେଳେ ପାଓ୍ଵାର୍ ଚାନେଲ୍ ଦେଇ ୨୪୯୭୯ କ୍ୟୁସେକ୍, ବିଭିନ୍ନ କେନାଲ୍ ଦେଇ ୪୬୬୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ତେବେ ସୋମବାର ରାତିରେ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯିବା ପରେ ୨ଟି ଖୋଲାଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣା ପଡ଼ିଛି।
ହୀରାକୁଦର ୨ ଗେଟ୍ ଖୋଲା
/sambad/media/post_attachments/wp-content/uploads/2017/10/hirakud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)