ବଜ୍ରପାତରେ ୨ ଯୁବତୀ ମୃତ

ଭଂଜନଗର : ଭଂଜନଗର ବ୍ଲକ ସାନାକୋଦଣ୍ଡା ପଞ୍ଚାୟତ ମହାଗୁଡ଼ା ଗାଁରେ ବଜ୍ରପାତ ଘଟି ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଲତିକା ଗୌଡ଼ (୧୯) ଓ ରୁନୁମା ଗୌଡ଼ (୧୯)। ୧୨ଜଣ ମହିଳା ଗୁରୁତର ଆହତ ହୋଇ ଭଂଜନଗର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ମୁତାବକ ମହାଗୁଡା ଗାଁର ଶରତ ଚନ୍ଦ୍ର ଗୌଡଙ୍କ ଜମିରେ ଏମାନେ କାମ କରୁଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍‌ ସମୟରେ ବଜ୍ରପାତ ହୋଇଥିଲା। ଲତିକା, ରୁନୁମାଙ୍କ ସମେତ ସମସ୍ତ ମହିଳା ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଲତିକା ଓ ରୁନୁମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର