ନୋଟାରିରେ ସମଲିଙ୍ଗୀ ବିବାହ : ୨ ଯୁବତୀଙ୍କ ବୟାନ ରେକର୍ଡ, ‘ବାଧା ଦେଲେ ଆତ୍ମହତ୍ୟା କରିବୁ’

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ନୋଟାରିରେ ଏକ ସମଲିଙ୍ଗୀ ବିବାହକୁ ନେଇ ବିବାଦ ପରେ ଆଜି ପଟ୍ଟାମୁଣ୍ତାଇ ପୁଲିସ୍‌ ଉଭୟ ଯୁବତୀଙ୍କୁ ଥାନାକୁ ଆଣିଥିଲା। ସେଠାରେ ଦୁଇ ଯୁବତୀ ସ୍ବଇଚ୍ଛାରେ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏପରି ସମଲିଙ୍ଗୀ ବିବାହ ଅନ୍ୟ ରାଜ୍ୟରେ ହୋଇଛି ସତ। ଓଡ଼ିଶାରେ କିନ୍ତୁ ଏହା ପ୍ରଥମ। ବର୍ଷ ବର୍ଷ ଧରି ଉଭୟଙ୍କ ଭିତରେ ଗଢ଼ି ଉଠିଥିବା ସମ୍ପର୍କରେ ବାଧା ସୃଷ୍ଟି କଲେ ଅଥବା ସେମାନଙ୍କୁ ଅଲଗା କରିବାକୁ ଉଦ୍ୟମ କଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଦୁଇ ଯୁବତୀ ବୟାନ ଦେଇଛନ୍ତି।

ଆଜି ପଟ୍ଟାମୁଣ୍ତାଇ ଥାନାରେ ଉଭୟଙ୍କୁ ହାଜର କରାଯିବା ପରେ ସିଆରପିସି ୧୬୧ରେ ବୟାନ ରେକର୍ଡ କରାଯାଇଛି। ଖୁବ୍‌ଶୀଘ୍ର ଦୁହିଁଙ୍କୁ ପଟ୍ଟାମୁଣ୍ତାଇ ସେସନ୍ସ ଜଜ୍‌ କୋର୍ଟରେ ହାଜର କରାଯିବ ଓ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପଟ୍ଟାମୁଣ୍ତାଇ ଏସ୍‌ଡିପିଓ ର˚ଜନ କୁମାର ଦେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ଝିଅକୁ ଫସାଇ ଦିଆଯାଇଛି ବୋଲି ପଟ୍ଟାମୁଣ୍ତାଇ ଅଞ୍ଚଳର ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର