ଲାଞ୍ଚ ନେବା ବେଳେ ଧରାପଡ଼ିଲେ ୨ ସରକାରୀ ବାବୁ

ଝାରସୁଗୁଡ଼ା/ଖଲ୍ଲିକୋଟ: ଲାଞ୍ଚ ନେଉଥିଲା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଦୁଇ ଜଣ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ଦୁର୍ନୀତିଖୋର ଲାଞ୍ଚୁଆ କର୍ମଚାରୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ। ଅନ୍ୟ ଜଣକ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ।

ଖରିଫ ଫସଲ ବୀମା କରାଇ ଦେବାକୁ ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସେହିପରି କୋଦଳା ତହସିଲ ଅଧୀନ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଞ୍ଜୟ କୁମାର ସେଠୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଧରିଥିଲା। ଘରବାରି ପଟ୍ଟା କରାଇ ଦେବା ନାଁରେ ସଞ୍ଜୟ ଲାଞ୍ଚ ମାଗିଥିଲେ ଏବଂ କୋଦଳାର ଏକ ହୋଟେଲ୍‌ରେ ଆଣି ଟଙ୍କା ଦେବାକୁ ସେ ଦଣ୍ଡପାଣିଙ୍କୁ କହିଥିଲେ। ଏନେଇ ଶ୍ରୀ ଦଣ୍ଡପାଣି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ‌ ଯୋଜନା ଅନୁସାରେ ହୋଟେଲରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଧରିଥିଲେ।

ସମ୍ବନ୍ଧିତ ଖବର