ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବିଜେଡି ପକ୍ଷରୁ ପାଳିତ ହୋଇଛି ବିଜୁ ଜୟନ୍ତୀ ଉତ୍ସବ। ଏହି ଅବସରରେ ପଦାରେ ପଢିଛି ଜିଲ୍ଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ। ବିଜୁ ଜନତା ଦଳ ପକ୍ଷରୁ ପୃଥକ ପୃଥକ ଦୁଇଟି ଦଳ ହୋଇ ରାୟଗଡା ସହର ପରିକ୍ରମା କରିବା ସହିତ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଉଭୟ ଗୋଷ୍ଠୀ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି। ଯଦି କହିବା ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସଙ୍କ ସହଯୋଗୀ ତଥା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କ ଦୃଢ଼ ବିରୋଧୀ ରୂପେ ଜଣାଶୁଣା ଏବଂ ପୂର୍ବରୁ ସାଂସଦଙ୍କ ଅତି ଘନିଷ୍ଠ ଓ ନିକଟତର ରହିଥିବା ୟାଲା କଣ୍ଡାବାବୁ କିଛି ବିଜେଡି ବରିଷ୍ଠ ନେତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ,ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି,ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖଙ୍କ ସହିତ ଏକ ପଟୁଆରରେ ବାହାରି ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳା ଅର୍ପଣ କରିଛନ୍ତି।
/sambad/media/post_attachments/wp-content/uploads/2024/03/Rgda-BJD-2-part-2.jpg)
ସେହିପରି ବିଜେଡିର ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କ ନେତୃତ୍ୱରେ ପୌର ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ସିପ୍ରା ପଣ୍ଡା, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ପ୍ରମୁଖଙ୍କ ସହିତ ଏକ ବିରାଟ ରାଲିରେ ବସଷ୍ଟାଣ୍ଡ ନିକଟସ୍ଥ ସମାନ ସ୍ଥାନରେ ପୁନର୍ବାର ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଅର୍ପଣ କରିଥିଲେ। ଉଭୟ ଗୋଷ୍ଠୀ ଭିନ୍ନଭିନ୍ନ ସମୟରେ ନିଜର ସମର୍ଥକଙ୍କ ସହ ବିଜୁ ବାବୁ ଅମର ରହେ ବୋଲି ନାରା ଦେଇଥିଲେ।ଏଥିସହ ସ୍ଲୋଗାନ ଦେଇ ନିଜ ନିଜ ସଭାସ୍ଥଳକୁ ଚାଲି ଯାଇଥିଲେ। ଗୋଟିଏ ଗୋଷ୍ଠୀ ବିଜେଡି କାର୍ଯ୍ୟାଳୟରେ ଓ ଅନ୍ୟ ଗୋଷ୍ଠୀ ବିଜୁ ପ୍ରତିମୂର୍ତ୍ତି ନିକଟରେ ଶପଥ ଗ୍ରହଣ କରିଥିଲେ।
ରାୟଗଡା ଜିଲ୍ଲାରେ ବିଜେଡ଼ିର ଏହି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖିବାକୁ ମିଳିଥିଲା। ସାଧାରଣ ଲୋକେ ମଧ୍ୟ ଏହାର ମଜା ନେଇଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଦୁଇଗୋଷ୍ଠୀ ଏକ ହୋଇପାରନ୍ତି ବୋଲି ଯାହା ସୂଚନା ମିଳୁଥିଲା ତାହା ଦେଖିବାକୁ ମିଳିନଥିଲା। ପୁଣି ଉପର ମହଲରୁ ଦୁଇ ଗୋଷ୍ଠୀଙ୍କୁ ମିଳିମିଶି କାମ କରିବାକୁ ତାଗିଦ କରାଯାଇଥିବା ନେଇ ଯାହା ଆଲୋଚନା ହେଉଥିଲା ତାହା ମିଥ୍ୟା ବୋଲି ସ୍ପଷ୍ଟ ହୋଇଯାଇଥିଲା। ଆଗକୁ ରାୟଗଡା ନିର୍ବାଚନ ମଣ୍ଡଳୀରେ କେଉଁ ଗୋଷ୍ଠୀର ପ୍ରାର୍ଥୀ ଟିକଟ ପାଉଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Rgda-BJD-2-part-1.jpg)