ଉମରକୋଟ: ଉମରକୋଟ ବ୍ଲକ୍ କପେନା ଗାଁରେ ଚର୍ଚ୍ଚ ସ୍ଥାନାନ୍ତରକୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉତ୍ତେଜନା ପରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛି। ୨ ପ୍ଲାଟୁନ୍ ପୁଲିସ ପୂରା ଗାଁକୁ ଜଗି ରହିଥିବା ବେଳେ ତ୍ବରିତ ପଦକ୍ଷେପ ସ୍ବରୂପ ପ୍ରଶାସନ ଶାନ୍ତି କମିଟି ଗଠନ କରିଛି। ସୂଚନା ମୁତାବକ, କପେନା ଗାଁରେ ଥିବା ମାଟି ଦେବତା ମନ୍ଦିରରେ ଫେବ୍ରୁଆରି ମାସରେ ୭ଦିନିଆ ପୂଜା ସହ ଯଜ୍ଞ କରିବାକୁ ଗାଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମାଟି ଦେବତା ମନ୍ଦିରରୁ ମାତ୍ର ୧୫୦ ମିଟର ଦୂରରେ ଚର୍ଚ୍ଚ ଥିବାରୁ ସେଠାରେ କୌଣସି ପୂଜା କିମ୍ବା ଯଜ୍ଞ ହୋଇପାରିବ ନାହିଁ। ଚର୍ଚ୍ଚ ଅନ୍ୟତ୍ର ସ୍ଥାନାନ୍ତର ହେଲେ ହିଁ ପୂଜା ଓ ଯଜ୍ଞ ହୋଇପାରିବ ବୋଲି ଜଣେ ବାବା (ପୂଜକ) ମତ ଦେଇଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଚର୍ଚ୍ଚକୁ ଅନ୍ୟତ୍ର ଘୁଞ୍ଚାଇବା ପାଇଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ କହିଥିଲେ।
Health: କ୍ୟାନ୍ସର-କିଡ୍ନି ବ୍ୟାପିବା ଘଟଣା: ପାନୀୟ ଜଳ ପରୀକ୍ଷା ପାଇଁ ନମୁନା ସଂଗ୍ରହ
ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସୋମବାର ସନ୍ଧ୍ୟାରେ ୧୧୨କୁ ଫୋନ୍ କରି ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଚର୍ଚ୍ଚ ଘୁଞ୍ଚାଇବା ପାଇଁ ସଭା ଆୟୋଜନ ହେଉଥିବା ନେଇ ପୁଲିସଠାରେ ଅଭିଯୋଗ କରିଥିଲେ। ଖବର ପାଇ ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଏ, ଏସ୍ଆଇ ଅକ୍ଷୟ ମିଶ୍ର ୪ ପ୍ଲାଟୁନ ଫୋର୍ସ ସହ କପେନା ଗାଁରେ ପହହଞ୍ଚିଥିଲେ। ଦୁଇ ପକ୍ଷ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ।
ମଙ୍ଗଳବାର ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ଉପଖଣ୍ଡ ପୁଲିସ ଅଧିକାରୀ ଶୁଭେନ୍ଦୁ ଶବର, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, କପେନା ସରପଞ୍ଚ ପର୍ଶୁରାମ ଗଣ୍ଡ, ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦନ ରାୟ ପ୍ରମୁଖ ଗ୍ରାମରେ ପହଞ୍ଚିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ବଜାୟ ରଖିବା ଲଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତେଜନା ଏଡ଼ାଇବାକୁ ଦୁଇ ଗୋଷ୍ଠୀକୁ ନେଇ ଶାନ୍ତି କମିଟି ଗଠନ ହୋଇଥିଲା। ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ୩୦ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ୧୦ ଜଣ ସଦସ୍ୟ ଉପସ୍ଥିତ ଥିଲେ।
FTA: ଇୟୁ-ଭାରତ ରାଜିନାମା ଚାଷୀ, ଏମ୍ଏସ୍ଏମ୍ଇ ପାଇଁ ସୁଯୋଗ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ
ଦୁଇ ପକ୍ଷ ଚୁକ୍ତିନାମାରେ ସ୍ବାକ୍ଷର କରି ଭାଇଚାରା ବଜାୟ ରଖିବା ଏବଂ ପରସ୍ପରକୁ ଓ ଧର୍ମକୁ ସମ୍ମାନ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଶାନ୍ତି କମିଟି ଗଠନ ପରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ କପେନାରେ ଏସ୍ଆଇ ଅକ୍ଷୟ ମିଶ୍ର, ବୀରେନ୍ଦ୍ର ବାଗଙ୍କ ତତ୍ତ୍ବାବଧାନରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଶାନ୍ତି ଫେରିବା ପର୍ଯ୍ୟନ୍ତ ଫୋର୍ସ ରହିବେ ବୋଲି ଥାନା ଅଧିକାରୀ ଶ୍ରୀ ସାଏ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/27/fsfshfshxbv-2026-01-27-23-38-42.jpg)