ରାଉରକେଲା : ଜାତୀୟ ରାଜପଥ ୧୪୩ରେ ଲୁଟ୍ ଘଟଣାରେ ଲୁଟେରା ଗ୍ୟାଙ୍ଗର ଦୁଇଜଣଙ୍କୁ ବୀରମିତ୍ରପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଲୁଟେରା ହେଲେ ବନମୁଣ୍ଡା ଦଫାଇର ବିବେକ ବାଙ୍କ୍ରା (୨୮), ଗୋ ଦଫେଇର ସୁମିତ ଧରାଇ (୨୧)। ଏମାନଙ୍କ ନିକଟରୁ ନଗଦ ୫ ହଜାର ଟଙ୍କା ଓ ସ୍କୁଟି ଜବତ ହୋଇଛି।
ପୂର୍ବରୁ ଗ୍ୟାଙ୍ଗର ଅନ୍ୟ ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଥାନା ଅଧିକାରୀ ମନୋଜ ମଞ୍ଜରି ନାୟକଙ୍କ ତତ୍ବାବଧାନରେ ଗଠିତ ଟିମ୍ ଚଢ଼ଉ କରି ଦୁଇ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/157197db-84d1-46d2-832e-31c76e01f298.jpg)