ରାଇରଙ୍ଗପୁର ବଡ଼ଦାଣ୍ଡରେ ଟ୍ରାଫିକ୍ ସମସ୍ୟା: ରଥ ନିର୍ମାଣ ଶେଷ ପର୍ଯ୍ୟନ୍ତ ଦୁଇଜଣ ହୋମଗାର୍ଡ ମୁତୟନ ଦାବି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ହେଉଛି ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର। ବାମନଘାଟୀ ଉପଖଣ୍ଡର ସବୁଠାରୁ ବଡ଼ ରଥଯାତ୍ରା ହୁଏ ରାଇରଙ୍ଗପୁରରେ। ରଥଯାତ୍ରା ସମୟରେ ଲକ୍ଷାଧିକଙ୍କ ଭକ୍ତଙ୍କ ଜନ ସମାଗମ ହୋଇଥାଏ। ତେବେ ରାଇରଙ୍ଗପୁର ବଡଦାଣ୍ଡଟି ୨୨୦ ନଂ ଜାତୀୟ ରାଜପଥରେ ରଥ ଟଣା ହେଉଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ। କିନ୍ତୁ ବର୍ତମାନ ବଡଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଜାତୀୟ ରାଜପଥର ଅଧାରୁ ଅଧିକ ସ୍ଥାନରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଫଳରେ ଅଳ୍ପ ରାସ୍ତାରେ ପଥଚାରୀ, ଦୁଇ ଓ ଚାରି ଚକିଆ ଯାନ ସମେତ ହଜାର ହଜାର ଭାରିଯାନ ମଧ୍ୟ ଯାତାୟତ କରିଥାଏ। ଏହା ଛଡ଼ା ରାଇରଙ୍ଗପୁର ଗୋଲେଇ ଛକଠାରୁ ରଥ ନିର୍ମାଣ ହେେଉଥିବା ସ୍ଥାନ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଶତାଧିକ ଦୁଇ ଓ ଚାରି ଚକିଆ ଯାନ ବେଆଇନ୍‌ ଭାବେ ପାର୍କିଂ କରାଯାଇଥାଏ।

ତେବେ ରାସ୍ତା ଅଣ ଅସାରିଆ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହିତ ଛୋଟ ଛୋଟ ଦୂର୍ଘଟଣା ମଧ୍ୟ ଘଟୁଛି। ଏଣୁ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରଥ ନିର୍ମାଣ ସ୍ଥାନରେ ଦୁଇଜଣ ହୋମଗାର୍ଡ ନିୟୋଜିତ କଲେ ଟ୍ରାଫିକ୍ ନିୟନ୍ତ୍ରଣ ହେବା ସହିିତ ଛୋଟ ବଡ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଣୁ ଯଥାଶୀଘ୍ର ଉକ୍ତ ସମସ୍ୟାର ଦୂର କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର