ଅଗ୍ନିକାଣ୍ଡରେ ୨ବଖରା ସମ୍ପୂର୍ଣ୍ଣ ନଷ୍ଟ

କଣ୍ଟାମାଳ : କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ଅରଖପଦର ଗ୍ରାମରେ ସୋମବାର ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି। ଗ୍ରାମର ସଦାଶିବ ମହାନନ୍ଦିଆ ସପରିବାର ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ମଧ୍ୟାହ୍ଣରେ ତାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘରର ଆସବାବପତ୍ର, ଖାଦ୍ୟ ଶସ୍ୟ, ଲୁଗାପଟା, ବାସନ କୁସନ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ପଡ଼ୋଶୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ କଣ୍ଟାମାଳ ଦମକଳ ବାହିନୀକୁ ଖବର ଦେଇଥିଲେ। କିନ୍ତୁ କୌଣସି କାରଣରୁ ଦମକଳ ବାହିନୀ ପହଂଚି ପାରିନଥିଲା। ସଦାଶିବ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର