ହରଭଙ୍ଗା: ବୌଦ୍ଧ ବନଖଣ୍ଡ ପୁରୁଣାକଟକ ବନାଞ୍ଚଳ ଅଧୀନ ଯାଜପୁର ସଂରକ୍ଷିତ ଜଙ୍ଗଲର ଘୋଡ଼ାଡିଆଁ ନିକଟରୁ ବୁଧୁବାର ବନ ବିଭାଗ ଗୋଟିଏ ଦେଶୀବନ୍ଧୁକ ଓ କିଛି ଗୁଳି ତିଆରି ସିସା ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ସୂଚନାନୁସାରେ, ଆଜି ପୁରୁଣାକଟକ ରେଞ୍ଜ୍ ଅଫିସର ନିହାର ରଞ୍ଜନ ମଲ୍ଲିକ ଟିମ ସହ ପାଟ୍ରୋଲିଂ ପାଇଁ ଯାଜପୁର ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ।
ଏହି ସମୟରେ ଝାଡ୍ରାଜିଂ ଗ୍ରାମର ପ୍ରତାପ ଜାନୀ (୩୦) ଓ ବାଣୀଭୂଷଣପୁରର ଅଜୟ ଦେହୁରୀ (୨୯) ଏକ ଦେଶୀବନ୍ଧୁକ ଓ ଗୁଳି ତିଆରି ସିସା ଧରି ଜଙ୍ଗଲ ଭିତରକୁ ଯାଉଥିବା ବେଳେ ସେମାନଙ୍କୁ ବନ ବିଭାଗ ଟିମ୍ କାବୁ କରିଥିଲା। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଞ୍ଜ ଅଫିସର୍ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/2-2.jpg)