ଗଞ୍ଜାମ ଗଲେ ୨ ଆଇଏଏସ୍‌, ୬ ଓଏଏସ୍‌ ଅଧିକାରୀ

ଆଉ ୪ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ଗଲେ

ଭୁବନେଶ୍ବର : ଗଞ୍ଜାମରେ କରୋନା ସଂକ୍ରମଣ ବିପଜ୍ଜନକ ହେଉଥିବା ବେଳେ ତାହାର ମୁକାବିଲା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କୋଭିଡ୍‌ ପରିଚାଳନା ପାଇଁ ଆଜି ଗଞ୍ଜାମକୁ ଦୁଇ ଆଇଏଏସ୍‌ ଅଫିସର୍‌ ଓ ୬ ଜଣ ଓଏଏସ୍‌ ଅଫିସର୍‌ଙ୍କୁ ପଠାଯାଇଛି। ପୂର୍ତ୍ତ ବିଭାଗର ଉପ ସଚିବ ଥିବା ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ପାରୁଲ୍‌ ପଟୱାରି ଓ ପୁରୀ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୬ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ବିଶାଲ ସିଂହଙ୍କୁ ଗଞ୍ଜାମର ସ୍ବତନ୍ତ୍ର ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀମତୀ ପଟୱାରି ଛତ୍ରପୁର ସବ୍‌ଡିଭିଜନ୍‌ରେ ଓ ଶ୍ରୀ ସିଂହ ଭଞ୍ଜନଗର ସବ୍‌ଡିଭିଜନ୍‌ରେ କୋଭିଡ୍‌ ପରିଚାଳନା ଦାୟିତ୍ବରେ ରହିବେ।

ଗଞ୍ଜାମକୁ ଡେପୁଟେସନ୍‌ରେ ପଠାଯାଇଥିବା ୬ ଓଏଏସ୍‌ ଅଫିସର୍‌ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ଶୁଭେନ୍ଦୁ କୁମାର ସାମଲ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଧୀନରେ କାର୍ଯ୍ୟ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସେହିଭଳି ଜିଲ୍ଲାକୁ ଆଉ ୪ ପ୍ଲାଟୁନ ପୋଲିସ ଫୋର୍ସ ପଠାଯାଇଛି। ସେମାନଙ୍କ ସହିତ ୪ ଜଣ ଡିଏସ୍‌ପିଙ୍କୁ ମଧ୍ୟ ପଠାଯାଇଛି।

ସମ୍ବନ୍ଧିତ ଖବର