ନିକୁଞ୍ଜ ଧଳ, ବିଷ୍ଣୁ ସେଠୀଙ୍କ ବଦଳି ଆଦେଶ ସ୍ଥଗିତ

ଭୁବନେଶ୍ବର : ଗତ ୧୩ ତାରିଖରେ ଦୁଇ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ନିକୁଞ୍ଜ ବିହାରୀ ଧଳ ଓ ବିଷ୍ଣୁପଦ ସେଠୀଙ୍କ ହୋଇଥିବା ବଦଳିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପାଇଁ ଏହି ଦୁଇ ଅଧିକାରୀ ପୂର୍ବ ବିଭାଗରେ କାମ ଜାରି ରଖିବେ। ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଭାବେ ଶ୍ରୀ ଧଳ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଶ୍ରୀ ସେଠୀ କାର୍ଯ୍ୟ ଜାରି ରଖିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର