ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିବା ଦୁଇ ଜଣ ଶ୍ରଦ୍ଧାଳୁ ରବିବାର ଦିନ ବ୍ୟାରିକେଡ୍ରେ ଅଣନିଶ୍ବାସୀ ହୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଗତକାଲି ରବିବାର, ଛୁଟିଦିନ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଏହିସମୟରେ ସୁନ୍ଦରଗଡ଼ ରାଉରକେଲାର ଶିବାଜୀ ସାହୁ(୭୫) ଓ ଝାରସୁଗୁଡ଼ା ବେଲପାହାଡ଼ର ଶିବାନୀ ମିଶ୍ର(୨୫) ମହାପ୍ରଭୁଙ୍କ ଦର୍ଶନ କରିବାକୁ ବ୍ୟାରିକେଡ୍ରେ ଛିଡ଼ା ହୋଇଥିବା ବେଳେ ଗରମ ଯୋଗୁ ଅଣନିଶ୍ବାସୀ ହୋଇପଡ଼ିଥିଲେ। ସେମାନେ ସଂଜ୍ଞା ହରାଇ ବସିବାରୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶିବାଜୀଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/srinaidr-puri.jpg)