ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତରଗତ ଅମରପାଲି ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅମରପାଲି ଗ୍ରାମର ସତ୍ୟ ଅଙ୍ଗ୍ରୀଆ (୨୦) ଓ ଶଙ୍କର ଦେହୁରୀ(୩୫)।
ସୂଚନା ଅନୁସାରେ ଉଭୟ ସତ୍ୟ ଓ ଶଙ୍କର ଏକ ବାଇକ୍ରେ ଆଜି ଅମରପାଲି- ଗୌଡ଼ଗାଡ ଛକ ପର୍ଶ୍ୱରୁ ନିଜ ଘର ଅମରପାଲି ଆଡ଼କୁ ଆସୁଥିଲେ। ଅମରପାଲି ଡିମ୍ବିଲ ନିକଟରେ କୌଣସି ଏକ ଗାଡ଼ିକୁ ପଛରେ ପିଟି ଦେଇଥିଲେ। ଉଭୟେ ଘଟଣାସ୍ଥଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ବୁର୍ଲ୍ଲା ବଡଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/18ca2b20-4aa1-420b-9a9a-7f9648e115fd.jpeg)