କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଦୁଇ ସରକାରୀ କର୍ମଚାରୀ ଆହତ ଅଭିଯୋଗ, ଖଣ୍ଡନ କଲେ ବିଶ୍ୱେଶ୍ୱର ଟୁଡୁ

ବାରିପଦା: କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ୨ ଜଣ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି। ମୟୁରଭଂଜ ଜିଲ୍ଲାରେ ଏଭଳି ସାଂଘାତି ଅଭିଯୋଗ ଆସିଛି। ଆହତ ୨ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତ ୨ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦେଶକ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ କୌଣସି କାର୍ଯ୍ୟକୁ ନେଇ ଲକ୍ଷ୍ମୀପୋଷୀ ନିକଟସ୍ଥ ପାର୍ଟି ଅଫିସକୁ ଡାକିଥିଲେ। ସେଠାରେ ମନ୍ତ୍ରୀ ଉତ୍‌କ୍ଷୀପ୍ତ ହୋଇ ସହଯୋଗୀ ମାନଙ୍କୁ ଶଟର ବନ୍ଦ କରିବାକୁ କହିବା ପରେ ପାଖରେ ଥିବା ଏକ ପ୍ଲାଷ୍ଟିକ ଚେୟାରରେ ନିର୍ଧୁମ ପିଟିଥିଲେ ଓ ଖରାପ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ହୋଇଛି। ଏହି ମାଡ଼ ଫଳରେ ଅଶ୍ୱନିଙ୍କ ବାମ ହାତ ଭାଙ୍ଗି ଯାଇଛି। ଅନେଇ ସରକାରୀ କର୍ମଚାରୀ ଦ୍ବୟ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ଲିଖିତ ଭାବେ ଜଣାଇବାକୁ ନିର୍ଦେଶ ଦେଇଛନ୍ତି।ଉକ୍ତ ଘଟଣାକୁ ନେଇ ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ ସମସ୍ତ ଘଟଣାକୁ ମିଛ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର