ରିଆମାଳ: ବିବାହକୁ ବରଯାତ୍ରୀ ହୋଇ ଯିବା ବେଳେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ କରିଛି। ବ୍ଲେଡରେ ଆକ୍ରମଣ ଦ୍ବାରା ଜଣେ ଲୋକ ଗୁରୁତର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ ଗୁଦୁରିମୁଣ୍ଡା ଗ୍ରାମର ଶ୍ରଦ୍ଧାକର ଦେହୁରୀଙ୍କର ପୁତ୍ର ସିପୁନ ଦେହୁରୀଙ୍କୁ ଧରମପୁର ଗ୍ରାମର ଦୋଳଗୋବିନ୍ଦଙ୍କ ମଝିଆ ଝିଅ ସହ ଆଜି ବିବାହ ଥିଲ। ଅପରାହ୍ନ ସମୟରେ ବରଯାତ୍ରୀ ଧରମପୁର ଗ୍ରାମକୁ ଯାଉଥିଲେ । ଟିଙ୍କବୀର ଗ୍ରାମର କଣ୍ଟ୍ରାକଚୁଆଲ୍ ଶିକ୍ଷକ ଛବିଳ ପ୍ରଧାନ (ସିଲୁ) ବରଯାତ୍ରୀ ଶୋଭାଯାତ୍ରାରେ ବର ପକ୍ଷରୁ ଯୋଗ ଦେଇ ମଦ୍ୟପାନ କରି ଏକ ବ୍ଲେଡ ସାହାଯ୍ୟରେ ଗୁଦୁରିମୁଣ୍ଡା ଗ୍ରାମର ଝସକେତନ ଦେହୁରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଝସକେତନଙ୍କ ବେକ, ମୁଣ୍ଡ, ହାତରେ ୨୦ଟି ଷ୍ଟିଚ୍ ପଡିଥିବା ବେଳେ ଗୁଦୁରିମୁଣ୍ଡା ଗ୍ରାମର ବିକାଶ ଦେହୁରୀଙ୍କ ହାତ କାଟି ଦେବାରୁ ତାଙ୍କର ହାତରେ ଷ୍ଟିଚ ପଡିଛି। ସେହିପରି ବ୍ଲେଡରେ ଟିଙ୍କବୀର ଗ୍ରାମର ବାବୁଲାଲ ସାହୁଙ୍କ ହାତ କାଟି ଦେବାରୁ ତାଙ୍କର ହାତରେ ମଧ୍ୟ ଷ୍ଟିଚ ପଡିଅଛି । ଘଟଣା ପରେ ବର ପିତା ଥାନାରେ ଏତଲା ଦେଇଛନ୍ତି । ଖବର ପାଇ ରିଆମାଳ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଆସାମୀ ଫେରାର ଅଛି । ତେବେ ଭଦ୍ରଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/7362c9f4-41f9-42ed-a7c7-1739e3be37be.jpg)