ଭାଲୁ କାମୁଡ଼ାରେ ଦୁଇ ଗୁରୁତର

ଆନନ୍ଦପୁର : ଭାଲୁ କାମୁଡ଼ାରେ ଗୋଟିଏ ଦିନରେ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ଆନନ୍ଦପୁର ଥାନା ପଣସଡିହାର ରେଂଶା ହୋ(୪୦) ଓ ମନୋହରପୁରର କିସୁନ୍‌ ସୋରେନ୍‌(୩୩)। ରେଂଶା ଆଜି ସକାଳ ୮ଟାବେଳେ ଗ୍ରାମ ନିକଟ ପଡ଼ିଆକୁ ଯାଇଥିଲାବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ରେଂଶାଙ୍କୁ ଉଦ୍ଧାରକରି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି।

ସେହିପରି କିସୁନ୍‌ ଆଜି ଦିନ ୧୧ଟାବେଳେ ବିଲକୁ କାମ କରିବାକୁ ଯାଇଥିଲେ। ଏକସଙ୍ଗେ ହଠାତ୍‌ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିିଥିଲେ। କିସୁନ୍‌ ସାହସର ସହିତ ଗୋଟିଏ ଭାଲୁକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ଭାଲୁଟି ତାଙ୍କ ମୁଣ୍ଡକୁ ରାମ୍ପି ଦେଇଥିଲା। ସେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର