୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୫୭ର କରଡ଼ାକୋଠାରେ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଉଭୟ ବାଇକ୍‌ ଆରୋହୀ କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମର ଅଜିତ ନାଏକ (୨୫ ) ଓ ଫୁଲବାଣି ଅଞ୍ଚଳର ମଣ୍ଟୁ କଅଁର (୪୦) ଗୁରୁତର ଆହତ ହୋଇଛନ୍ତି। ଅଜିତ୍ ଚାରିଛକରୁ ଆଡେଣିଗଡ଼ ଆଡ଼କୁ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ମାଧପୁରରୁ ଚାରିଛକକୁ ବାଇକ୍‌ରେ ଆସୁଥିବା ମଣ୍ଟୁଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର