ପାରିବାରିକ ବିବାଦ: ହଣାକଟାରେ କକା- ପୁତୁରା ଗୁରୁତର

କଣ୍ଟାମାଳ : ମନମୁଣ୍ଡା ଥାନା ସଦର ଗ୍ରାମର ଧୋବାପଡ଼ାରେ ଗୁରୁବାର କକା ଓ ପୁତୁରାଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟେ ଲହୁ ଲୁହାଣ ହୋଇ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ ଧୋବାପଡାର ଡମ୍ବରୁଧର ସେଠୀ ଓ ତାଙ୍କ ପୁତୁରା ମାଧବ ସେଠୀଙ୍କ ମଧ୍ୟରେ ଘରଡିହକୁ ନେଇ ଗଣ୍ଡଗୋଳ ହୋଇଥିଲେ। ପରେ ଉଭୟ ପରସ୍ପରକୁ ଟାଙ୍ଗିଆ ଓ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ମାଧବ ମନମୁଣ୍ଡା ଥାନାରେ ଅଭିଯୋଗ କଲା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହିଛି। ତେବେ ଡମ୍ବରୁଧର ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଯୋଗୁଁ ତଦନ୍ତ ଆଗେଇ ପାରୁ ନ ଥିବା ମନମୁଣ୍ଡା ଥାନାଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର