publive-imageବାଲୁଗାଁ : ବାଲୁଗାଁ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ସିଙ୍ଗେଶ୍ୱର ଗ୍ରାମରେ ଆଜି ସକାଳେ ବାଣ ଭିଡ଼ା ଚାଲିଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ମୋଟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ, ଗାଁର ଜୟନ୍ତୀ ବଳିଆରସିଂହ (୫୫) ଓ ସ୍ଥାନୀୟ ମଠପୁର ଗ୍ରାମର ସାଧୁ ଚରଣ ସାହୁ (୬୦)। ବାଲୁଗାଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତି କରାଇଥିଲେ। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବାଣ ଭିଡ଼ା ଯାଉଥିବା ଘରର ଆଜବେଷ୍ଟସ୍‌ ଭାଙ୍ଗିଯିବା ସହ ଘରଟି ଭୁଶୁଡ଼ି ପଡ଼ିଥିଲା।

Advertisment

publive-imageଖବର ପାଇ ଏସ୍‌ପି ଦୀପ୍ତିରଂଜନ ରାୟ, ବାଲୁଗାଁ ଏସ୍‌ଡିପିଓ ସୁବାସ ପଣ୍ଡା, ବାଲୁଗାଁ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏନେଇ ଥାନାରେ ନଂ ୧୨/୧୮ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ନଷ୍ଟ କରି ଦେଇଥିବା ଜଣାଯାଇଛି।