ଦଶରଥପୁର : ବାଣ ପ୍ରସ୍ତୁତ କରିବା ସମୟରେ ଅଗ୍ନିକାଣ୍ଡ ଘଟି ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବାଣୁଆ ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଆଖୁଆସାହିର ଅଭୟ ଦାସ। ଅଭୟ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଥିବା ଅନ୍ୟ ଏକ ଘରେ ବାଣ ତିଆରି କରୁଥିବା ବେଳେ ସିଗାରେଟ୍ ନିଆଁରୁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଏଠାରେ ରଖାଯାଇଥିବା ବାଣ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଭୀଷଣ ଶବ୍ଦକରି ବାଣଗୁଡ଼ିକ ଫୁଟିବାରୁ ଘଟଣାସ୍ଥଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଦଶରଥପୁର ଅଗ୍ନିଶମ ବିଭାଗର ଅଧିକାରୀ ଦୈତାରୀ ନାୟକ ସଦଳବଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବାଣ ପ୍ରସ୍ତୁତ ଗୃହଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅଭୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କର ସନ୍ଧାନ ମିଳିପାରିନାହିଁ।
ପ୍ରକାଶ ଯେ, ବିବାହ ଋତୁ ପାଇଁ ଏଠାରେ ବାଣ ପ୍ରସ୍ତୁତ କରାଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/102990e3-4f87-4970-a6b0-81897c44d510.jpg)